ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ ହଲରେ ଜଳବାୟୁ ପରିବର୍ତ୍ତନ ସମୟରେ ସାର୍ବଜନୀନ ନୀତି ଏବଂ ଶାସନ ପୁନଃବିଚାର ଉପରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ନlପସିପାଗ (ଏନ୍ ଏ ପି ଏସ ଆଇ ପି ଏ ଜି) -୨୫ ର ଉଦଘାଟନୀ ଅନୁଷ୍ଠିତ ହୋଇଥିଲା। ନlପ୍ସିପାଗ, ଅର୍ଥନୀତି ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ପରିବେଶ ବିଜ୍ଞାନର ମିଳିତରେ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି କାର୍ଯ୍ୟକ୍ରମ ରେ ୭ଟି ଦେଶରୁ ପ୍ରାୟ ୨୫୦ ରୁ ଉର୍ଦ୍ଧ ବୈଜ୍ଞାନିକ ଓ ଗବେଶକ ଯୋଗ ଦେଇଥିଲେ। ପ୍ରଫେସର ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ନାପ୍ସିପାଗ ର ନୂତନ ସଚିବ ଜେନେରାଲ ତଥା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ପୂର୍ବତନ ସଚିବ ଜେନେରାଲ ପ୍ରଫେସର ଅମିତା ସିଂହଙ୍କ ଦ୍ୱାରା "ବାଟନ୍ ହସ୍ତାନ୍ତର" କରାଯାଇଥିଲା। ପ୍ରଫେସର ବି. ଅଞ୍ଜନ କେ. ପୃଷ୍ଟି, ସହ-ସଂଯୋଜକ ଅତିଥିମାନଙ୍କୁ ପରିଚୟ କରାଇଥିଲେ। ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠି ଜଳବାୟୁ ସମସ୍ୟା, ଏବଂ ପ୍ରଭାବ ଉପରେ ଆଲୋକପାତ କରି ସଭାକୁ ସମ୍ବୋଧିତ କରିଥିଲେ।
ସମ୍ମାନିତ ଅତିଥି ଶ୍ରୀମତୀ ନୀଳକମଲ ଦରବାରୀ, ଆଇଏଏସ୍ (ଅବସରପ୍ରାପ୍ତ) ଏବଂ ଭାରତ ସରକାରଙ୍କ ଜାତୀୟ ପ୍ରାଧିକରଣ ରାସାୟନିକ ଅସ୍ତ୍ର ସମ୍ମିଳନୀର ଅଧ୍ୟକ୍ଷା, ଜଳବାୟୁ ବିପଦକୁ ହ୍ରାସ କରିବା ପାଇଁ ଘରୋଇ ନୀତି ବିଷୟରେ ସୂଚିତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀଲଙ୍କା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶିରାନୀ ତିଲକାବର୍ଦ୍ଧନେ ଜଳବାୟୁ ଅବନତି ଉପରେ ବକ୍ତବ୍ୟ ରଖିଥିଲେ, ତାହା ସହ ମଡେଲ ବିକାଶ ସହିତ ଡାଟା ସେଣ୍ଟରଗୁଡ଼ିକୁ ଥଣ୍ଡା କରିବା ପାଇଁ ସେମାନଙ୍କର ଜଳ ବ୍ୟବହାରକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଥିଲେ। ମୁଖ୍ୟବକ୍ତା ପ୍ରଫେସର ଅମିତା ସିଂହ, ପୂର୍ବତନ ସେକ୍ରେଟାରୀ ଜେନେରାଲ, ନlପ୍ସିପାଗ, ଗଭୀର ସମୁଦ୍ର ଇକୋସିଷ୍ଟମକୁ ସୁରକ୍ଷା ଦେବା ପାଇଁ ଏସ ଡି ଜି ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ।
ପ୍ରଫେସର ଗୀତାଞ୍ଜଳି ଦାଶ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ପରିସ୍ଥିତି ଏବଂ ଯୁବପିଢ଼ି କିପରି ଯୋଗଦାନ ଦେଇପାରିବେ ସେ ବିଷୟରେ ତାଙ୍କର ଅନ୍ତର୍ଦୃଷ୍ଟିପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ଡଃ ତମୋଘନା ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ।
ରିପୋର୍ଟର:ରାଜିବ ଲୋଚନ ମିଶ୍ର
0 Comments