ଆ.କ ,ବ୍ରହ୍ମପୁର,୨୩/୦୧/୨୫:ଭଞବିହାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଆଜି ୧୭ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଙ୍ଗେଈଲୁଣ୍ଡା ବ୍ଲକର ଏ ବି ଇ ଓ ଜଗନ୍ନାଥ ଭୂୟାଁ ଯୋଗ ଦେଇ ଶୃଙ୍ଖଳିତ ଜୀବନ ଯାପନ ପାଇଁ ଛାତ୍ର, ଛାତ୍ରୀଙ୍କୁ ଉପଦେଶ ଦେବା ସହ ଛାତ୍ର, ଛାତ୍ରୀଙ୍କୁ ଭଲ ପାଠପଢ଼ୀ ବିଦ୍ୟାଳୟର ଟେକ ରଖିବାକୁ କହିଥିଲେ l ମୁଖ୍ୟବକ୍ତା ଭାବେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଭଗବାନ ତ୍ରିପାଠୀ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ହାସଲ କରି ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେବାକୁ କହିଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦଣ୍ଡପାଣି ସାହୁ ଅଧକ୍ଷତା କରିବା ସହ ଅତିଥି ପରିଚୟ ପ୍ରଦାନ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ l
ପରିଚାଳନା କମିଟିର ସଭାପତି ଡ଼. ମୁରଲୀ ଧର ସାହୁ ଯୋଗ ଦେଇ ବିଦ୍ୟାଳୟର ଆବଶ୍ୟକ ଥିବା ଉପରେ ଦୃଷ୍ଟି ଦେବା ସହ ସହଯୋଗ କରିବେ ବୋଲି କହିଥିଲେ l ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର, ଛାତ୍ରୀଙ୍କୁ ପୁରସ୍କାର ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l ଏହି ଅବସରରେ ଅଷ୍ଟମ ଶ୍ରେଣୀର ଟପ୍ପର ଅର୍ପିତ ବିଷୋୟୀ, ସ୍ୱୟମ ସନ୍ଧ୍ୟା ପଣ୍ଡା, ସ୍ନେହା ମହାରଣାଙ୍କୁ ସ୍ବର୍ଗତ ବିଭୂତି ଭୂଷଣ ପଟ୍ଟନାୟକ ସ୍ମାରକୀ ପୁରସ୍କାର ସହ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ବିଶ୍ୱ ବିହାରୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର କୁନି କୁନି ଛାତ୍ର, ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l
ରିପୋର୍ଟର:ରାଜିବ ଲୋଚନ ମିଶ୍ର
0 Comments