ସିଲଭର ଓକ୍ ପ୍ଲାଣ୍ଟସେନ୍ ବିଲ୍ ପ୍ରଦାନକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିଲା । ଘଟଣାକୁ ନେଇ ରାୟଗଡ଼ ଥାନାରେ ସରପଞ୍ଚ ଏତେଲା ଦେଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କିନ୍ତୁ, ଏଯାବତ୍ ମାଡ ମାରିଥିବା ଜେ.ଇ
ଶ୍ରୀ କୁମାର୍ ନାୟକଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟ ପକ୍ଷରେ କାଶିପୁର ବ୍ଲକ ଜଳ ବିଭାଜିକା ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ ଅଧିକାରୀ ଶ୍ରୀ କୁମାର୍ ନାୟକ ମଧ୍ୟ ସରପଞ୍ଚଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାକୁ ଜିଲ୍ଲା ସରପଞ୍ଚ ସଂଘ, ଜିଲ୍ଲା ଆଦିବାସୀ ସଂଘ, ଜିଲ୍ଲା ଡ଼ମ୍ବ ସମାଜ୍ ସରପଞ୍ଚଙ୍କୁ ଉଚିତ୍ ନ୍ୟାୟ ମିଳିବା ଦାବିରେ ରାୟଗଡ଼ ଥାନା ପରିସର ମଧ୍ୟରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୂଲ୍ୟ କୁମାର୍ ଧର, sdpo ରଶ୍ମି ରଞ୍ଜନ ସେନାପତି, ଥାନା ଆଇ.ଆଇ.ସି କେ.କେ.ବି.କେ କହଁର ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ। ଆଗାମି ୪/୫ ଦିନ ମଧ୍ୟରେ ଚରମ ନିଷ୍ପତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପୁଲିସ୍। ଆଜିର ଏହି ଧାରଣାରେ ବହୁଜନ ସମାଜ ପାର୍ଟି ଜିଲ୍ଲା ସଭାପତି ଜିତୁ ଜାକାସିକା, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲ୍ଲା , ରାୟଗଡ଼ ବିଧାନ ସଭା ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ଅନୂଷୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ,ଭୂଷଣ ବିଡିକା,ସରପଞ୍ଚ ମହାସଂଘର ସଭାପତି ତଥା ହାଲୁଆ ସରପଞ୍ଚ ଶ୍ରୀଯୁକ୍ତ ତାମାରାଓ ବିଡ଼ିକା ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟର : ପ୍ରଫୁଲ କୁମାର ବେହେରା
0 Comments