୧. ଆଧାର ନମ୍ବର
୨. ଜବ୍ କାର୍ଡ ନମ୍ବର
୩. ବ୍ୟାଙ୍କ ଜମା ଖାତା
୪. ଜମି ପଟ୍ଟା
ଏହି ସର୍ଭେ ଦୁଇ ପ୍ରକାର ର ହୋଇ ପାରିବ। ହିତାଧିକାରୀ ନିଜେ ନିଜ ମୋବାଇଲ ରେ ପ୍ରଧାନ ମନ୍ତ୍ରୀଆବାସ ଗ୍ରାମୀଣ ରେ ଦିଆ ଯାଇଥିବା ୱେବ୍ ଲିଙ୍କ ଦ୍ଵାରା ନିଜର ସର୍ଭେ କରି ପାରିବେ ଓ ବ୍ଲକ୍ କିମ୍ବା ପଞ୍ଚାୟତ ର ଅଧିକାରୀ ଙ୍କ ଦ୍ଵାରା ସର୍ଭେ କାର୍ଯ୍ୟ ହେବ। ନୂତନ ସର୍ଭେ ପାଇଁ ନୂତନ ଜବ କାର୍ଡ ଓ ଜବ କାର୍ଡ ଅଦ୍ୟତନ (update) ଆବଶ୍ୟକତା କୁ ଦୃଷ୍ଟି ରେ ରଖି ସୋରୋ ପଞ୍ଚାୟତ ସମିତି ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚାୟତ ସମିତି ଅଧୀନ ରେ ଥିବା ସମସ୍ତ ପଞ୍ଚାୟତ ରେ ଯବ୍ କାର୍ଡ ଅଦ୍ୟତନ ଶିବିର ଆୟୋଜନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ତା ୨୨.୦୧.୨୦୨୫ ରିଖରେ ଅନନ୍ତପୁର, ଆଟପୁର, ବାଳଙ୍ଗ, ଗୋପିନାଥପୁର,କେଦାରପୁର, ମାଣତ୍ରି ଗ୍ରାମ ପଞ୍ଚାୟତରେ, ତା ୨୪.୦୧.୨୦୨୫ରିଖ ରେ ଦହିସଡା, ଗୁଡ, ମଧୁସୂଦନପୁର, ମାଣିପୁର, ନିଶ୍ଚିନ୍ତପୂର୍, ସାଜନପୂର୍ ଗ୍ରାମପଞ୍ଚତରେ, ତା ୨୭.୦୧.୨୦୨୫ ରିଖ ରେ ଜଡ଼ିଦା,ମହୁମୁହାଣ, ପାଖର, ତଳନଗର, ଟେଣ୍ଟେଇ,କେଶରୀପୁର ଗ୍ରାମ ପଞ୍ଚାୟତରେ, ତା ୨୮.୦୧.୨୦୨୫ରିଖ ରେ ମୁଳିଶିଂ, ନଦିଗାଆଁ, ନଟାପଡ଼ା, ସବିରା, ସରସଂଖ, ସୀଙ୍ଗାଖୁଣ୍ଟା ଗ୍ରାମ ପଞ୍ଚାୟତ ରେ ଏହି ଶିବିର ଅନୁଷ୍ଠିତ ହେବ। ତେଣୁ ହିତାଧିକାରୀ ମାନେ ନିଜର ନୂତନ ଜବ କାର୍ଡ ଓ ଜବ କାର୍ଡ ଅଦ୍ୟତନ ପାଇଁ ଏହି ଶିବିର ରେ ଯୋଗ ଦେବାକୁ ପ୍ରଶାସନ ତରଫ ରୁ ଅନୁରୋଧ କରାଯାଇଛି। ଅଧାର ଅଦ୍ୟତନ ପାଇଁ ନିକଟସ୍ଥ ଜନ ସେବା କେନ୍ଦ୍ର କିମ୍ୱା ସୋରୋ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଥିବା ଅଧାର ସଂଶୋଧନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ସୂଚନା ଦିଆଯାଇଛି।
ରିପୋର୍ଟର: ହେମନ୍ତ ବାରିକ
0 Comments