ସମସ୍ତଙ୍କୁ ମିଳିବ ଘର । କୌଣସି ଯୋଗ୍ୟ ହିତାଧିକାରୀ ସରକାରୀ ଆବାସରୁ ବଞ୍ଚିତ ହେବେ ନାହିଁ । ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯୋଗ୍ୟତା ମାପଦଣ୍ଡକୁ କୋହଳ କରିଛନ୍ତି ସରକାର । ସର୍ବାଧିକ ମାସିକ ଆୟ ୧୦ ହଜାରରୁ ୧୫ ହଜାରକୁ ବଢ଼ାଇଛନ୍ତି । ସେହିପରି ପୂର୍ବ ମାପଦଣ୍ଡରେ ଅନେକ ପରିବର୍ତ୍ତନ କରିଛନ୍ତି ।
କିଏ ଯୋଗ୍ୟ?
ପୂର୍ବରୁ ହିତାଧିକାରୀଙ୍କ ପରିବାରର ସର୍ବାଧିକ ମାସିକ ଆୟ ୧୦ ହଜାର ରଖାଯାଇଥିଲା । ଏହାକୁ ବଢ଼ାଇ ୧୫ ହଜାର କରାଯାଇଛି । ଦୁଇ ଚକିଆ ଯାନ, ଫ୍ରିଜ୍ , ଲ୍ୟାଣ୍ଡ ଫୋନ ଥିଲେ ବି PMAY ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ଦିବ୍ୟାଙ୍ଗ ଓ ଭିନ୍ନ ହୋଇଥିବା ପୁଅଙ୍କୁ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିବ । ସେହିପରି ବିଧବା ଓ ନିରାଶ୍ରୟ ମହିଳା ଏହି ଯୋଜନାରେ ମଧ୍ୟ ସାମିଲ ହୋଇପାରିବେ। ସର୍ଭେ ସମୟ ଅବଧି ଭିତରେ ଯଦି କୌଣସି ଯୋଗ୍ୟ ହିତାଧିକାରୀ ବାଦ ପଡୁଛନ୍ତି, ତେବେ ସେମାନଙ୍କୁ ରାଜ୍ୟ ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ଯୋଗାଇ ଦେବାକୁ ସରକାର ଯୋଜନା କରୁଛନ୍ତି ।
ମୋବାଇଲ ଆପ୍ଲିକେସନ 'ଆୱାସ ପ୍ଲସ' ମାଧ୍ୟମରେ ସାନି ସର୍ଭେ କରି ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି । ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜାରି ରହିବ । ସଂଶୋଧିତ ସର୍ତ୍ତାବଳୀ ଆଧାରରେ ସାନି ସର୍ଭେରେ ଯେଭଳି କୌଣସି ଯୋଗ୍ୟ ହିତାଧିକାରୀ ବାଦ ନପଡ଼ିବେ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବରୁ ଜାରି ଏସଓପିକୁ ପାଳନ କରିବାକୁ ମଧ୍ୟ ତାଗିଦ କରାଯାଇଛି । ବିଭାଗ ପକ୍ଷରୁ ନଭେମ୍ବର ୨୭ ଓ ଡିସେମ୍ବର ୨୭ତାରିଖରେ ପ୍ରଧାନମନ୍ତ୍ରୀ-ଆବାସ ଯୋଜନାକୁ ନେଇ ଏସଓପି ଓ ସର୍ତ୍ତାବଳୀ ଜାରି କରାଯାଇଥିଲା ।
By: Subasish Das
0 Comments