ସୋର ଉପେନ୍ଦ୍ରନାଥ କଲେଜରେ ଦୁଇ ଗୋଷ୍ଠିର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ l


ଆ.କ,୨୧/୦୧/୨୫,ସୋର: ସୋର ଉପେନ୍ଦ୍ରନାଥ କଲେଜରେ ଦୁଇ ଗୋଷ୍ଠିର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ସଂଧ୍ୟାରେ ସୋର ଉପେନ୍ଦ୍ରନାଥ କଲେଜରେ ବାର୍ଷିକ ଉତ୍ସବ ଚାଲିଥିଲା। ଏହି ସମୟରେ କୌଣସି କଥାକୁ ନେଇ ଦୁଇ ଗୋଷ୍ଠିର ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଗୋଟିଏ ଗୋଷ୍ଠିର ୨ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ  ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟଜଣେ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଖବର ପାଇ ସୋର ବିଧାୟକ ମାଧବ ଧଡ଼ା, ଓ ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ଘଟଣା ସମ୍ପର୍କରେ ବୁଝିଥିଲେ,ଖବର ଲେଖାଯିବା ପର୍ଯ୍ୟନ୍ତ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ରିପୋର୍ଟର: ହେମନ୍ତ ବାରିକ 

 

Post a Comment

0 Comments