ବିଜୁ ଛାତ୍ରଜନତାଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l


ଆ.କ, ସୋର,୨୨/୦୧/୨୦୨୫:ଗତ କାଲି ସୋର କଲେଜରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ଦୁଇ ଛାତ୍ର ଗୋଷ୍ଠିମଧ୍ୟରେ ହୋଇଥିବା ଗଣ୍ଡଗୋଳ ନେଇ ଆଜି ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀ ଷ୍ଟେସନ ଛକ ସ୍ଥିତ ରୋୟାଲ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ସୋର କଲେଜର ପୁର୍ବତନ ବିଜୁଛାତ୍ର ଜନତା ଦଳର ସଭାପତି ସତ୍ୟଜିତ ସାହୁ,ବିଜୁଛାତ୍ର ଜନତା ଦଳର ସୋର ବ୍ଲକ ସଭାପତି ବିରଞ୍ଚି ନାୟକ,ଶେଖ ସାହିଲ,ଏମ୍‌ଡ଼ି ରିୟାଜୁଦ୍ଦିନ ଉପସ୍ଥିତ ରହି ଗତକାଲି କଲେଜ ପରିସରରେ ମାନ୍ୟବର ମନ୍ତ୍ରୀଙ୍କ ଉପସ୍ଥିତିରେ ଛାତ୍ର ମାନେ ଅଣଛାତ୍ରଙ୍କ ସହଯୋଗରେ ବିଜୁ ଜନତା ଦଳର ୨ଜଣ ଛାତ୍ରଙ୍କୁ ମାଡ଼ ମାରି ଗୁରୁତର ଭାବେ ଆହତ କରିବା ଅତ୍ୟନ୍ତ ନିନ୍ଦନୀୟ ଅଟେ। 

ଏନେଇ ଥାନାରେ ଅଭିଯୋଗ ହେବାକୁ ୧୮ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ବି ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଓ କଲେଜର ଅଧ୍ୟକ୍ଷ ଏବାବଦରେ ହସ୍ତକ୍ଷେପ କରୁନାହାନ୍ତି ଓ ମାଡ଼ ମାରିଥିବା ଛାତ୍ର ଓ ଅଣଛାତ୍ର ମାନେ ସର୍ବ ସମ୍ମୁଖରେ ବୁଲୁଥିବା କହିଥିଲେ। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ବିଜୁଛାତ୍ର ଜନତା ଦଳ ଏହାକୁ ପ୍ରତିବାଦ କରି କଲେଜ ଓ ସୋର ଥାନାରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

ରିପୋର୍ଟର: ହେମନ୍ତ ବାରିକ 


 

Post a Comment

0 Comments