ବ୍ୟାଙ୍କ ଚୋରି ପାଇଁ ଯୋଜନା ହେଲା ଫେଲ l


ଆ.କ, ବାଲିଖଣ୍ଡ ,୧୭/୦୧/୨୫:ଭଦ୍ରକ ଜିଲ୍ଲା ସାଵରଙ୍ଗ ଥାନା ଗୋରାମାଟି ଗ୍ରାମର ଚିନ୍ମୟ କୁମାର ଦାସ(୩୩) ଆନ୍ଦ୍ରପ୍ରଦେଶ ଗୁଣ୍ଟୁର ଅଞ୍ଚଳରେ କାମ କରୁଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟର ମୋଟବାରି ଥାନା ହମିଦପୁର ଚାର ଅଞ୍ଚଳର ଇଟୁ ମଣ୍ଡଳ ସହ ଦେଖା ହେବା ପରେ ଏକ ବ୍ୟାଙ୍କ ଚୋରି ପାଇଁ ଯୋଜନା କରିଥିଲେ। ପରେ ପଶ୍ଚିମବଙ୍ଗ ଅଞ୍ଚଳର ଆଉ ଦୁଇଜଣ ସହଯୋଗୀ ମୁନା ଚୌଧୁରୀ ଓ ରଞ୍ଜିତ ମଣ୍ଡଳ ଏବଂ ଝାଡଖଣ୍ଡ ରାଜ୍ୟ ସାହେବଗଞ୍ଜ ଜିଲ୍ଲା ରାଜମହଲ ଥାନା ଅଧିନ ମହମ୍ମଦ ଜାମିଲ ଶେଖ ଓ ଅଜ୍ଜୁଲ ଶେଖଙ୍କ ସମ୍ପର୍କରେ ଆସିଥିଲେ। ପରେ ଦୁଇମାସ ପୂର୍ବରୁ ବାଲିଖଣ୍ଡ ଗ୍ରାମ୍ୟ ବ୍ୟାଙ୍କ ଲୁଟ ପାଇଁ ଯୋଜନା କରିଥିଲେ। ଗତ ୨୩ ତାରିଖରେ ସମସ୍ତେ ଭଦ୍ରକ ଅଞ୍ଚଳରେ ଭିନ୍ନ ଭିନ୍ନ ସ୍ଥାନରେ ହୋଟେଲ ରୁମରେ ରହିଥିଲେ।

 ଏବଂ ୨୪ ତାରିଖ ସନ୍ଧ୍ୟାରେ ଭଦ୍ରକ ବଜାରରୁ ଗ୍ୟାସ କଟର ଏବଂ ଅକ୍ସୀଜେନ ସିଲିଣ୍ଡର ସହ ଅନ୍ୟାନ୍ୟ ସାମଗ୍ରୀ କିଣିଥିଲେ। ପରେ ଏକ ଅଟୋଯୋଗେ ଉକ୍ତ ବ୍ୟାଙ୍କର ପଛପଟେ ଏକ ପଡିଆରେ ରାତି ୧୨ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ପରେ ବ୍ୟାଙ୍କ ଭିତରକୁ ପ୍ରବେଶ କରି ଗ୍ୟାସ କଟର ସାହାଯ୍ୟରେ ଷ୍ଟ୍ରଙ୍ଗ  କାଟିବା ପାଇଁ ଚେଷ୍ଟା କରି ସେଥିରେ ବିଫଳ ହେବା ପରେ ସେଠାରେ ଥିବା ସୁରକ୍ଷା କର୍ମୀଙ୍କୁ ବନ୍ଧୁକ ଦେଖାଇ ଡ଼ରାଇବା ସହ ସେଠାରୁ ଫେରାର ହୋଇଯାଇଥିଲେ। 

ଏବାଵଦାରେ ଜାଣିବା ପରେ ବାଲେଶ୍ୱର ଏସ୍ପିଙ୍କ ନିର୍ଦେଶରେ ସୋର ଥାନା ଅଧିକାରୀ ପ୍ରଭାଂଶୁ  ଶେଖର ମିଶ୍ର ଓ ସିମୁଳିଆ ଥାନା ଏସା ଆଇ ଦିଲୀପ କୁମାର ସାମଲଙ୍କ ସହ ଏକ ଟିମ ଗଠନ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା। ପରେ .... ଦୁଇଜଣଙ୍କୁ ଭଦ୍ରକ ରେଳ ଷ୍ଟେସନରୁ ଗିରଫ କରାଯାଇଥିବା ବେଳେ ଏଥିରେ ସଂପୃକ୍ତ ଅନ୍ୟ ୫ଜଣ ଫେରାର ଅଛନ୍ତି। ସେମାନଙ୍କୁ ଖୁବ ଶୀଘ୍ର ଧରାଯିବା ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ଏସ୍ପି ରାଜ କୁମାର ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ଗୋଟିଏ ଛୋଟ ଗ୍ୟାସ ସିଲିଣ୍ଡର,ଦୁଇଟି ଅକ୍ସୀଜେନ ସିଲିଣ୍ଡର ଦୁଇଟି ହାର୍ଡ ଡିସ୍କ ଓ କଟର ସାମଗ୍ରୀ ଜବତ କରାଯାଇଛି।

By : Hemanta Barik 



 

Post a Comment

0 Comments