ଏହି ଅବସର ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଉକ୍ତ ସଭା ରେ ସୋର ବିଧାୟକ ମାଧବ ଧଡା ମୁଖ୍ୟ ଅତିଥି ଭାବେ, ଜିଲ୍ଲା ପାରିଷଦ ଜୟରାମ ଦାସ, ସରପଞ୍ଚ ଦେବେନ୍ଦ୍ର ନାଥ,ସମିତି ସଭ୍ୟ ସତ୍ୟନାରାୟଣ ସାହୁ , ଗିରିଜା ନାୟକ ସଭାପତି ରମାକାନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ, ଶତାଧିକ ଭକ୍ତ ଏହି ମେଳା ଦେଖିବା ପାଇଁ ବହୁ ଦୂର ଦୁରାନ୍ତରୁ ଆସିଥାନ୍ତି। ଶହ ଶହ ଦୋକାନୀ ତାଙ୍କର ପସରା ମେଲାଇ ଥାନ୍ତି ଭକ୍ତ ମାନଙ୍କୁ ଆକୃଷ୍ଟ କରିବା ପାଇଁ।ଭଳି କି ଭଳି ଷ୍ଟଲ୍ ରୁ ଆରମ୍ଭ କରି ଖେଳନା ସାମଗ୍ରୀ ,ଦୋଳି ପ୍ରମୁଖ ର ଖୁରାକ ଦର୍ଶକ ମାନଙ୍କୁ ଏଠାକୁ ଆକୃଷ୍ଟ କରିଥାଏ।
ଏହି ଅବସର ରେ କମିଟି ପକ୍ଷରୁ ଗୀତ,ନାଚ ଭଳି ମନୋରଞ୍ଜନ କାର୍ଯକ୍ରମ ଅନୁଷ୍ଠିତ ହେଉଛି। ବିଧାୟକ ତାଙ୍କ ଅଭିଭାଷଣ ରେ କହିଥିଲେ 2026 ବlଳଙ୍ଗ ମୁନି ସରକାରଙ୍କ ଦୁଇ ଦିନିଆ ମୁନି ମହୋତ୍ସବ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ,ଗତ କିଛି ବର୍ଷ ପୂର୍ବେ ଏହି ମୁନି ଉତ୍ସବ ୭ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ଏବେ ଏହା ୬ ଦିନ ଧରି ପାଳିତ ହେଉଛି।ଏହି ଉତ୍ସବ ରେ ମୁଖ୍ୟ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ବାବା ବାଲ୍ମୀକି ଙ୍କ ମହିମା ରୁ ଭକ୍ତ ମାନଙ୍କ ମନବାଞ୍ଛା ପୂରଣ ହେବା ପାଇଁ ବହୁ ଦୂର ଦୁରାନ୍ତରୁ ଭକ୍ତ ମାନେ ମାଟି ଦେଇ ବାବା ଙ୍କ ଆଶୀର୍ବାଦ କାମନା କରିବା ଲୋକ କଥା ରହିଥିବା କୁହାଯାଏ l
By: Hemanta Barik
0 Comments