ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ଯୁବକ ସଂଘ ର ବାର୍ଷିକ ମୁଖପାତ୍ର ନିବେଦିତା ଉନ୍ମୋଚନ ହୋଇଥିଲା । ମଞ୍ଚ ପରିଚାଳନା କରିଥିଲେ ଯୁବକ ସଂଘ ର କୋଷାଧ୍ୟକ୍ଷ ବିଶ୍ବରଂଜନ ସାହୁ। ଏହି କାର୍ଯ୍ୟକ୍ରମରେ ମାରାଥନ୍ ଏବଂ ବିଭିନ୍ନ ପ୍ରତିଯୋଗିତା ରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ରୁ ଆସିଥିବା କଳାକାର ମାନଙ୍କ ଦ୍ଵାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦର୍ଶକମାନେ ବିମୋହିତ ହୋଇଥିଲେ।
ଏହି ଅବସର ରେ ଯୁବକ ସଂଘ ପକ୍ଷରୁ ଯୁବ ବୈଜ୍ଞାନିକ ଡଃ:ଚିନ୍ମୟ କୁମାର କରଙ୍କୁ କୃଷ୍ଣ ଚନ୍ଦ୍ର କର ମେମୋରିଆଲ ଯୁବ ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ ସମ୍ପାଦକ ସରୋଜ କୁମାର ବିଶ୍ବାଳ। ଯୁବକ ସଂଘ ର ଉପସଭାପତି ପତିତପାବନ ମହାପାତ୍ର, ମୁଖ୍ୟ ପରିଚାଳକ ଲଳିତ କୁମାର ଦାସ, ସଦସ୍ୟ ରୁଦ୍ରନାରାୟଣ ମହାପାତ୍ର, ପ୍ରଭୂଜ୍ୟୋତି ମହାନ୍ତି, ନରେନ୍ଦ୍ର ବେହେରା , ରଶ୍ମୀକାନ୍ତ ସାହୁ , ମଲିକ ରାଜା , ସ୍ଲୋଗାନ ଦାସ , ଗୋପାଳ ଚନ୍ଦ୍ର ବାରିକ, ସତ୍ୟ ଦାସ ଦାସ,ପର୍ଶୁରାମ ମହାଳିକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।
By : Hemanta Barik
0 Comments