ଧବଳେଶ୍ଵର ସମୁଦ୍ରରେ ଗାଧୋଉଥିବା ବେଳେ ପ୍ରାଣନାଥ ମହାବିଦ୍ୟାଳୟ ଇଲୋକ୍ଟ୍ରନିସ ବିଭାଗର ଯୁକ୍ତ ୩ ଶେଷବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିଛି। l


ଆ.କ, ବ୍ରହ୍ମପୁର,୨୪/୦୧/୨୫:ଗୋପାଳପୁର ଥାନା ଅନ୍ତର୍ଗତ  ଧବଳେଶ୍ଵଵର ସମୂଦ୍ରରେ ଗାଧୋଉଥିବା ବେଳେ ଜଣେ ଛାତ୍ର ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି। ମୃତ ଛାତ୍ର ଜଣକ ହେଲେ ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟ ଇଲୋକ୍ଟ୍ରନିସ ବିଭାଗର ଯୁକ୍ତ ୩ ଶେଷବର୍ଷର ଛାତ୍ର ସୋମନାଥ ପରିଡ଼ା, ବୟସ ୨୦ ବୋଲି ଜଣାପଡିଛି।

 ଖୋର୍ଦ୍ଧା ସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟର ଇଲେକ୍ଟ୍ରୋନିସ୍ ବିଭାଗର ଅଧ୍ୟାପକ ଏବଂ ୫୦ ଜଣ ଛାତ୍ରଛାତ୍ରୀ ଷ୍ଟଡିଟୁର୍ ନିମନ୍ତେ ବ୍ରହ୍ମପୁର ଆସି ଆଜି ଅପରାହ୍ନରେ ଗୋଳାବନ୍ଧ ସନ୍ନିକଟ ଧବଳେଶ୍ଵର ବେଳାଭୂମି ବୁଲିବାକୁ ଆସିଥିଲେ। ମଧ୍ୟାହ୍ନ ପ୍ରାୟ ୧ ଘଣ୍ଟା ସମୟରେ ସେଠାରେ ଥିବା ଶିବ ମନ୍ଦିର ଦର୍ଶନ ନିମନ୍ତେ ସମସ୍ତ  ବିଦ୍ୟାର୍ଥୀ ଅଧ୍ୟାପକ ଯାଇଥିବା ବେଳେ ୪/୫ ଜଣ ଛାତ୍ଜର ଅନ୍ୟ ମାନଙ୍କୁ ନଜଣାଇ ସମୁଦ୍ରରେ ଗାଧେଇବାକୁ ଚାଲି ଯାଇଥିଲେ । ଅସାବଧାନତା ଯୋଗୁଁ ସୋମନାଥ ପରିଡ଼ା ସମୁଦ୍ରରେ ଭାସି ଯାଇଥିଲେ । ସେଠାରେ ଥିବା ମତ୍ସ୍ୟଜୀବୀ ମାନେ ତାକୁ ଉଦ୍ଧାର କରିଥିଲେ । ସ୍ବାସ୍ଥ୍ୟ ଗୁରୁତର ଥିବାରୁ ତାକୁ ଆମ୍ବୁଲେନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆ ଯାଇଥିଲା ।

 ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଇଲୋଟ୍ରିନିସ ବିଭାଗର କାର୍ଯ୍ୟରତ ଅଧ୍ୟାପକ ବନୋଜ କୁମାର ଦେହୁରୀ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୋଲିସ  ଅପମୃତ୍ୟୁ ମାମଲା ୧/୨୫  ମାମଲା ରୁଜ୍ଜୁ କରି ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି । ଖବର ପାଇ ମୃତ ସୋମନାଥଙ୍କ ପରିବାର ଲୋକେ ମେଡିକାଲ୍ ରେ ପହଞ୍ଚିଥିବା ଜଣାପଡିଛି।  ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ୍ ସୂଚନା ଦେଇଚି।

ରିପୋର୍ଟର:ରାଜିବ ଲୋଚନ ମିଶ୍ର

 

Post a Comment

0 Comments