ଓଡ଼ିଆ ସାହିତ୍ୟ ର ଅନନ୍ୟ ଅବଦାନ ସୁରୁପ୍ ନୂତନ ରଚନା ସୋରଶ୍ରୀ ପତ୍ରିକା ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ।


ଆ.କ,୨୩/୧୨/୨୪:ବାଲେଶ୍ବର ଜିଲ୍ଲା ର ସୋର ଆଗାମୀ ପିଢ଼ିଙ୍କ ପାଇଁ ସ୍ରଷ୍ଟାମାନେ ଅଧିକରୁ ଅଧିକ ଉପାଦେୟ ରଚନା କରନ୍ତୁ। ଏହି ରଚନା ସମାଜର ଶ୍ରୀବୃଦ୍ଧି କରିବା ସହିତ ଏକ ନୂତନ ଦିଗ ଉନ୍ମୋଚନ କରିବ ବୋଲି ଗାଳ୍ପିକ ସୁରେନ୍ଦ୍ରନାଥ ବାରିକଙ୍କ ପଞ୍ଚମ ଗଳ୍ପଗୁଚ୍ଛ ‘ଗଳ୍ପ ସମ୍ପଦ’ ଓ ନୂଆ କରି ଆତ୍ମପ୍ରକାଶ କରିଥିବା ସାହିତ୍ୟ-ସଂସ୍କୃତି ଓ ସଂପ୍ରୀତିର ଗଙ୍ଗୋତ୍ରୀ ‘ସୋରଶ୍ରୀ’ ପତ୍ରିକାର ପାଠକାର୍ପଣ ଉତ୍ସବରେ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ।

 ସୋର ଉତ୍ତରେଶ୍ଵର ନିକଟ ଲିଙ୍ଗରାଜ ମାର୍କେଟସ୍ଥିତ ଅମୃତାୟନ ଭବନରେ ରବିବାର ଆୟୋଜିତ ଉତ୍ସବରେ ସାହିତ୍ୟ ସାଧକ ଡ. ରମାକାନ୍ତ ବେହେରା ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ଅତିଥି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଉଦ୍‌ଘାଟନ କରି କହିଲେ ଯେ ସମାଜରେ ପରିବର୍ତ୍ତନ ଆଣିବାରେ ସାରସ୍ବତ ସାଧକଙ୍କ ଅବଦାନ ଅନସ୍ବୀକାର୍ଯ୍ୟ ବହି ଓ ଲେଖକଙ୍କ ପ୍ରତି ପାଠକଙ୍କ ଭଲ ପାଇବା ରହିଲେ, ଓଡ଼ିଆ ସାହିତ୍ୟ ଅଧିକ ସମୃଦ୍ଧ ହୋଇ ପାରିବ ବୋଲି ସେ କହିଥିଲେ।

 ମୁଖ୍ୟଅତିଥି ବିଧାୟକ ମାଧବ ଧଡ଼ା ସୋରକୁ ବିଶ୍ଵଦରବାରରେ ପହଞ୍ଚାଇବାରେ ଗାଳ୍ପିକଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି କହିଥିଲେ। ମୁଖ୍ୟବକ୍ତା ନାଟ୍ୟକାର ବିଜୟ କୁମାର ଦାସ ଗୋଟିଏ ଗଳ୍ପରେ କୋଟିଏ ସନ୍ଦେଶ ଥାଏ ବୋଲି ମତବ୍ୟକ୍ତ କରିଥିଲେ। ବରେଣ୍ୟ ଅତିଥି ଚଳଚ୍ଚିତ୍ର ହାସ୍ୟାଭିନେତା ହରିହର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଏବିଇଓ ସୋମନାଥ ଦାସ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ |

 ଦେବେନ୍ଦ୍ର ପ୍ରଧାନ ଅତିଥି ପରିଚୟ ଓ ସ୍ବାଗତ ସୂଚନା ଦେଇଥିଲେ। ଡ. ସୁରେନ୍ଦ୍ର ବିଶ୍ଵାଳ ବେଦପାଠ ଓ ଗୋପୀନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ | ଉତ୍ସବରେ ଡ. ଆଚାର୍ଯ୍ୟ, ଶ୍ରୀ ମହାପାତ୍ର, ସୁଶ୍ରୀ ପ୍ରିୟଙ୍କାଙ୍କୁ ସମ୍ବଦ୍ଧନା ସହ ଡମ୍ବରୁଧର ନାଏକଙ୍କୁ ପ୍ରଥମ ସୋରଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା। ରାଜାରାମ ଦାସ, ‘ସୋରଶ୍ରୀ’ର ପରିଚାଳନା ସମ୍ପାଦିକା କବିତା ଦାସ, ମୁଖ୍ୟ କାର୍ଯ୍ୟନିର୍ବାହୀ ରାଜକିଶୋର ବାରିକ, ଉତ୍ତମ କୁମାର ବାରିକ, କରୁଣାକର ପତି, ସତ୍ୟାନନ୍ଦ ଦାସ, ଶମ୍ଭୁନାଥ ଧଳ, ଅକ୍ଷୟ ଜେନା, ଶ୍ରୀଧର ମହାକୁଡ଼, ମୁରଲୀଧର ମାହାନା, ପ୍ରଭାକର ମଲ୍ଲିକ, ସୁଧାଂଶୁ ବାରିକ, କପିଳ ବାରିକ, କୃଷ୍ଣାନନ୍ଦ ବାରିକ ପ୍ରମୁଖ ପରିଚାଳନା କରିଥିଲେ ।

 By: Hemanta Barik 


Post a Comment

0 Comments