ସ୍ଵାମୀ କୁ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ !


ଆ.କ,୨୧/୧୧/୨୪:ସ୍ଵାମୀ କୁ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ ଖଇରା ଥାନା ବାଘୁଆ ଅଞ୍ଚଳର ପ୍ରଫୁଲ୍ଲ ଦାସ(୪୦) ଦୀର୍ଘ ଦିନ ଧରି ସୋର କଲେଜଛକ ନିକଟରେ ଏକ ଭଡା ଘରେ ବ୍ୟବସାୟ କରୁଥିଲେ। କିଛିଦିନ ତଳେ ବିଦ୍ୟୁତ ବିଭାଗ ପକ୍ଷରୁ ଚୋରା ବିଦ୍ୟୁତ ସଂଯୋଗ ପାଇଁ ୧ ଲକ୍ଷ ୧୭ ହଜାର ଟଙ୍କାର ଜରିମାନା ଲଗାଯାଇଥିଲା।

 ଫଳରେ ପ୍ରଫୁଲକୁ ଘର ମାଲିକ ସମସ୍ତ ଟଙ୍କା ପୈଠ କରିବା ପାଇଁ ବାଧ୍ୟ କରିଥିଲେ। ଗତ ତିନିଦିନ ତଳେ ବିଦ୍ୟୁତ କାର୍ଯ୍ୟାଳୟକୁ ଟଙ୍କା ଡ଼ିପୋଜିଟ କରିବାକୁ ଯାଇଥିବା ବେଳେ ୩୦ ହଜାର ଟଙ୍କା ହଜିଯାଇଥିଲା। ଫଳରେ ମାନସିକ ଭାରସାମ୍ୟ ହରାଇ ପ୍ରଫୁଲ ପୁରୀ ଚାଲିଯାଇଥିଲେ। ଗତକାଲି ଫେରିବା ସହିତ ଆଜି ସକାଳେ ତାଙ୍କ ସ୍ତ୍ରୀ ତୁଳସୀଙ୍କୁ ଫୋନ ଯୋଗେ ଘର ମାଲିକ ଧମକ ଦେଉଥିବା କଥା କହି କାନ୍ଦିଥିଲେ। 

ସ୍ତ୍ରୀ ତୁଳସୀ ଓ ଶାଶୁ ଶ୍ରୀମତୀ ବେହେରା ଉକ୍ତ ଭଡା ଘରେ ପହଞ୍ଚି ପ୍ରଫୁଲ୍ଲ ଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ। ପରେ ତାଙ୍କୁ ସୋର ଡାକ୍ତର ଖାନା ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପ୍ରଫୁଲଙ୍କ ଦେହରେ କ୍ଷତ ସୃଷ୍ଟି ହେବା ସହିତ ମୁଣ୍ଡ ଫାଟିଥିବାରୁ ତାଙ୍କୁ ଘର ମାଲିକ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୁଲିସ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

By:Hemanta Barik
 


Post a Comment

0 Comments