ବିଦ୍ୟାଳୟରେ ବାର୍ଷିକ ଉତ୍ସବ l


ଆ.କ, ସୋର,୨୨/୦୧/୨୫:ବାଲେଶ୍ୱର ଜିଲ୍ଲାର ସୋର ପୋୖରପାଳିକା ଅନ୍ତଗର୍ତ ଏନ୍ ,ଏ,ସି ବାପୁ ନୋଡାଲ ଓ ଏନ୍,ଏ,ସି ଉଚ୍ଚ ବିଦ୍ୟାପିଠ ରେ ବାର୍ଷିକ ପୁରସ୍କାର ବିତରଣ ଓ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯ କ୍ରମରେ  ମୁଖ୍ୟ ଅତିଥି ଭାବେ ସୋର ବିଧାୟକ ମାଧବ ଧଡା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସୌରଭ କୁମାର ଦାସ, ସମ୍ମାନୀତ  ଅତିଥି  ଭାବେ ବାପୁ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରଫାନ ଅଲ୍ଲି ଶାହା ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ, ଏନ୍ ,ଏ,ସି, ଉଚ୍ଚ ବିଦ୍ୟାପିଠର  ପ୍ରଧାନ ଶିକ୍ଷକ ପ୍ରତାପ ଚ଼ନ୍ଦ୍ର  ଦାସ । ବିଦ୍ୟାଳୟର ସଭାପତି, କୌସ୍ତୁଭ  କୁମାର ନାୟକ,ଶିକ୍ଷକ, ଶିକ୍ଷୟତ୍ରୀ,ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।  ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ସର୍ବଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇ ଥିଲା l

ରିପୋର୍ଟର: ହେମନ୍ତ ବାରିକ 

 

Post a Comment

0 Comments