ମହିଳା "ଖୋ ଖ" ବିଶ୍ଵକପ୍ ରେ କାଶୀପୁର ଝିଅର କମାଲ।


ଆ.କ, ରାୟଗଡ଼ା,୨୩/୦୧/୨୫: ଭାରତୀୟ ସ୍ଵଦେଶି ଖେଳ ଖୋ ଖ ବିଶ୍ଵ କପ୍ ର ପ୍ରଥମ ସଂସ୍କରଣ ରେ ଉଭୟ ମହିଳା ଓ ପୁରୁଷ ଦଳ ବିଜୟୀ। ଏଥି ସକାଶେ ଉଭୟ ଦଳକୁ ଛୁଟିବାରେ ଲାଗିଛି ପ୍ରଶଂସା ଓ ଶୁଭେଛା ର ସୁଅ।  ଏହି ବିଜୟ ଦଳରେ ଗୋଟିଏ ପୁଅ ଓ  ଦୁଇଟି ଝିଅ ଓଡିଶା ରୁ ହଇଥିବାରୁ ସାରା ରାଜ୍ୟରେ ଖୁସି ର ମାହଲ। ଦୁଇ ଜଣ ଝିଅ ମଧ୍ୟରୁ ମାଗାଇ ମାଝୀ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍ ଚନ୍ଦ୍ରଗିରୀ ପଞ୍ଚାୟତ କସନାଦରା ଗାଁ ହଇଥିବାରୁ ଏ ଖୁସି ଦୁଇଗୁଣିତ କରିଛି ଅଞ୍ଚଳ ବାସୀଙ୍କୁ,  ମାଗାଇ ମାଝୀ ଙ୍କ ଏହି ସଫଳତା ପଛରେ ଅନେକ ସଂଘର୍ଷ ରହିଥିବା କୋହିଛନ୍ତି ମା ଗୁରୁବାରି ମାଝୀ, ମାଗାଇ ମାଝୀ ଙ୍କ ଗାଁ ସ୍କୁଲ୍ ରେ ଦ୍ୱିତୀୟ ଶ୍ରେଣୀ ପାଠ ପଢ଼ୁ ଥିବା ସମୟ ରେ ବାପା ଡ଼ମ୍ବୁ ମାଝୀ ଙ୍କ ମୃତ୍ୟୁ ଘଟିଥିଲା।

  ଅନେକ ସଂଘର୍ଷ ରେ ବିତୁଥିଲା ତାଙ୍କ ପରିବାର ର ଜୀବନ। ସେହି ସମୟରେ ଦାଦା କାର୍ତ୍ତିକ ନାଏକ ଭୁନେଶ୍ବରସ୍ଥିତ କିସ୍ ବିଦ୍ୟାଳୟ ରେ ନାମ ଲେଖେଥିଲେ। ସେଠାରେ ସେ ପାଠ ପଢ଼ି ଏବଂ କଠିନ ପରିଶ୍ରମ କରି ଖୋ ଖ ଖେଳରେ ତାଙ୍କର ଆଗ୍ରହ ଥିବାବେଳେ ଅଧିକ ରୁ ଅଧିକ କେମିତି ଭଲ ପାଠ ପୋଢା ସହ ଖେଳ ପ୍ରତି ସୁଜଗ ସୃଷ୍ଟି ହୋବା ନେଇ ଆଶା ଜାରି ରଖିଥିଲେ। ଏହି ବିଶ୍ୱ ଖୋ ଖ  ପ୍ରତିଯୋିତା ଦିଲ୍ଲୀ ସ୍ଥିତ ଇନ୍ଦିରାଗାନ୍ଧୀ ଷ୍ଟାଡିୟମ୍ ରେ ଆୟଜନ ହୋଇଥିବା ବେଳେ ଏଥିରେ ୨୩ ଟି ଦେଶରୁ ୧୯ ଟି ମହିଳା ଦଳ ଓ ୨୦ ଟି ପୁରୁଷ ଦଳ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ଫାଇନାଲ ରେ ନେପାଳ ଦଳକୁ ହରାଇ ଉଭୟ ପୁରୁଷ ଏବଂ ମହିଳା ବିଶ୍ୱ ବିଜୟୀ ହୋଇଛନ୍ତି।

 ଖୋ ଖ ବିଶ୍ୱ ଚାମ୍ପିଅନସିପ ବିଜୟ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଏହି ସଫଳତା ପରେ ବିଭିନ୍ନ ମୋହଲ ରୁ ଶୁଭେଛା ର ସୁଅ ଛୁଟିବାରେ ଲାଗିଛି ଏବଂ ତାଙ୍କ ପୈତୃକ କସନାଦରା ଗାଁ ଘରେ ଶୁଭେଚ୍ଛୁ ଙ୍କ ଭିଡ଼ ଦେଖିବାକୁ ମିଳୁଛି। ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ଗାଁ ଲୋକେ ଗାଁ ମାଟିକୁ ଫେରିବା ପରେ ଧୁମ୍ ଧାମ ରେ ସ୍ୱାଗତ କରିବା ନେଇ ପ୍ରସ୍ତୁତି ଜାରି ରଖିଥିବା ସୂଚନା ଦେଛନ୍ତି ଗାଁ ଲୋକେ। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ l

ରିପୋର୍ଟର: ପ୍ରଫୁଲ୍ଲ କୁମାର ବେହେରା 


Post a Comment

0 Comments