ଅପହରଣକାରୀ ଚାରି ଜଣଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ନାଗ ସାପ ଦେଖାଇ ମାରିଦେବାକୁ ଧମକ ଦେଇ ଡ଼ରାଉଥିଲେ । ବନ୍ଧକ ରହିଥିବା ଚାରି ଜଣଙ୍କ ମଧ୍ୟରୁ ଜଣେ ରବିବାର ଭୋର ସମୟରେ କୌଶଳ କ୍ରମେ ସେଠାରୁ ଖସି ଆସି ଚିକିଟି ତହସିଲ ଅଫିସ ଗ୍ରୀଲ ଡେଇଁ ଅଫିସ ମଧ୍ୟକୁ ପଶି ଯାଇଥିଲେ । ସେମାନଙ୍କୁ ଅପହରଣକାରୀ କବଳରୁ ରକ୍ଷା କରିବାକୁ ନେହୁରା ହେବା ସହ ସମସ୍ତ ଘଟଣା ବଖାଣି ଥିଲେ। ତହସିଲ ଅଫିସରେ ଥିବା ଡ୍ରାଇଭର ଏ ନେଇ ତହସିଲଦାର ଙ୍କୁ ଅବଗତ କରାଇଥିଲେ । ତହସିଲଦାର ବିଶ୍ୱରଞ୍ଜନ କଂହର ଘଟଣା ନେଇ ତୁରନ୍ତ ପୁଲିସ କୁ ଅବଗତ କରାଇବା ସହ ପୁଲିସ ସହ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ୩ଜଣଙ୍କୁ ଉଦ୍ଧାର କରି ସମସ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା ।
ଅପହୃତଙ୍କ ମଧ୍ୟରେ ଦିଲ୍ଲୀର ବ୍ୟକ୍ତି ଜଣଙ୍କ ଏକ ବଡ଼ ଫାଇନାନ୍ସ କମ୍ପାନୀର ଏଜେଣ୍ଟ ରହିଥିବା ଜଣାପଡିଛି। କମ୍ପାନୀ କାର୍ଯ୍ୟ ନେଇ ଦିଲ୍ଲୀ ଯୁବକ ସହ କଟକର ୩ ଯୁବକ ତିନିଦିନ ତଳେ ବ୍ରହ୍ମପୁର ଆସିଥିଲେ । ସେଠାରୁ ସେମାନଙ୍କୁ କୈଶଳ କ୍ରମେ ଅପହରଣ କରି ନିଆଯାଇଥିବା ପୋଲିସ କହିଛି । ଗୋଟିଏ ଦିନ ବ୍ରହ୍ମପୁର ଅଞ୍ଚଳରେ ରଖିବା ପରେ ଉକ୍ତ ୪ଜଣକୁ ଅପହରଣକାରୀ ମାନେ ଚିକିଟି ନୂତନ ପାତ୍ରଙ୍କ ବାଡ଼ି ପଛରେ ଥିବା କୁଡ଼ିଆ ଘରେ ବାନ୍ଧି ରଖାଯାଇଥିଲା ।
ପୋଲିସ ଦ୍ୱାରା ଉଦ୍ଧାର ପରେ ଅପହର୍ତ୍ତାମାନେ ନିଜର ଦୁଃଖ ପୋଲିସ ଆଗରେ କହିଛନ୍ତି । ସେମାନଙ୍କୁ ମାଡ଼ ମରାଯିବା ସହ ଏକ ବିଷାକ୍ତ ନାଗ ସାପ ସେମାନଙ୍କ ମୁହ ପାଖକୁ ଆଣି ଟଙ୍କା ନ ଦେଲେ ମରିବ ବୋଲି ଡ଼ରେଇ ଧମକ ଦିଆଯାଉଥିଲା । ଚିକିଟି ତହସିଲଦାର ବିଶ୍ୱରଞ୍ଜନ କଂହର, ଚିକିଟି ଏସଡିପିଓ ବିଶ୍ଵାମିତ୍ର ହରପାଲ, କେ.ନୂଆଗାଁ ଥାନା ଆଇଆଇସି କିଶୋର ସାମଲ ପ୍ରମୁଖ ଚଢ଼ାଉ ରେ ସାମିଲ ରହିଥିଲେ। ପୁଲିସ ପକ୍ଷରୁ ଘଟଣା ନେଇ ତଦନ୍ତ ଜାରି ରଖିଛି l
ରିପୋର୍ଟର:ରାଜିବ ଲୋଚନ ମିଶ୍ର
0 Comments