ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ।


ଆ.କ,ବ୍ରହ୍ମପୁର,୨୬/୦୧/୨୫:କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ସହ ବିଶୃଙ୍ଖଳିତ ଆଚରଣ କରୁଥିବା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ଓ କର୍ମଚାରୀଙ୍କ  ଉପରେ ଦୃଢ କାର୍ଯ୍ୟାନଷ୍ଠାନ ଗ୍ରହଣ କରିଛନ୍ତି କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ।

ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଅଧ୍ୟାପକ ସୌରଭ ସିଟ୍ ଏବଂ ଟେଲିଫୋନ ଅପେରେଟର ପ୍ରଶାନ୍ତ କୁମାର ମହାନ୍ତିଙ୍କୁ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଯୋଗୁଁ ନିଲମ୍ବିତ କରାଯାଇଛି । ସେହିପରି ଇଂରାଜୀ ବିଭାଗର ପ୍ରଫେସର ସ୍ମୃତି ଦାସଙ୍କ ସ୍ୱେଛାକୃତ ଅବସର ଗ୍ରହଣ ଆବେଦନକୁ ମଞ୍ଜୁର କରାଯାଇଥିବା ଏବଂ ସେକ୍ସ ନ ଅଫିସର ଦୁର୍ଗାଚରଣ ହୋତାଙ୍କ ସ୍ୱେଛାକୃତ ଅବ ଅବସର ନେବା ପାଇଁ ନୋଟିସ୍  ଜାରି ହୋଇଥିବା ଜଣାପଡିଛି । 

ସୂଚନ ସୂଚନାଥାଉକି, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ପ୍ରଧ୍ୟାପକ ସେ ସୌରଭ ସିଟ୍ ଦୀର୍ଘ ମାସ ଧରି ବାୟୋମେଟ୍ରିକ୍ ଉପସ୍ଥାପନ ଦେଉନଥିବା ପରୀକ୍ଷା ଖାତା ମୂଲ୍ୟାଙ୍କନରେ ବିଳମ୍ବ, କରୁଥିବା ଏବଂ ନିୟମିତ ଶ୍ରେଣୀକୁ ଆସୁନଥିବା ଅଭିଯୋଗକୁ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ହେଲେ କାରଣ ଦର୍ଶାଅ ନୋଟିସର ସନ୍ତୋଷଜନକ ଉତ୍ତର ନଥିବା କାରଣରୁ ତାଙ୍କୁ ନିଲମ୍ବନ କରଯିବା ସହ ନିୟମିତ ପିଜି କାଉନସିଲ ଅଫିସରେ ଉପସ୍ଥାନ ଦେବାକୁ ନିର୍ଦେଶ ଜାରି କରାଯାଇଛି । ସେହିପରି ଅଣଶିକ୍ଷକ କର୍ମଚାରୀ ପ୍ରଶାନ୍ତ କୁମାର ମହାନ୍ତି ଛୁଟି ନ ନେଇ କାର୍ଯ୍ୟରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଥ‌ିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । 

ଇଂରାଜୀ ବିଭାଗର ପ୍ରଫେସର ସ୍ମୃତି ଦାଶଙ୍କ  ବିରୋଧରେ କେତକ ଅଭିଯୋଗ ଆସିବା ପରେ କୁଳପତିଙ୍କ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ହେଲେ ସେ  ସ୍ୱେଚ୍ଛାକୃତ ଅବସର ପାଇଁ ଲିଖିତ ଭାବେ କୁଳପତିଙ୍କୁ ଜଣାଇଥିଲେ । ତାଙ୍କ ଆବେଦନ କୁ ସ୍ୱୀକୃତି ପ୍ରଦାନ କରାଯାଇଥିବା ଜଣାପଡିଛି । ସେହିପରି ସେକ୍ସନ ଅଫିସର ଦୁର୍ଗାଚରଣ ହୋତା ବାୟୋମେଟ୍ରିକ  ଉପସ୍ଥାନରେ  ପ୍ରସ୍ଥାନ ଆଙ୍ଗୁଠି ଛା ଛାପ ଦେଉନଥିବା ଏବଂ ସେକ୍ସନରେ ରହୁ ନଥ୍‌ବା ଅଭିଯୋଗ ପରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। 

ଏ ନେଇ ଶ୍ରୀ ହୋତାଙ୍କ ପକ୍ଷରୁ ମେଡିକାଲ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସେହିକ୍ରମରେ ୭ ଦିନ ଭିତରେ ସ୍ୱେଛାକୃତ ଅବସର ନେବା ପାଇଁ ଆବେ ବଦନ କରିବାକୁ ତାଙ୍କୁ ନୋଟିସ ଜାରି କରାଯାଇ କରାଯାଇଛି । ଏପଟେ କ୍ୟାମ୍ପସ ପରିସରରେ ଅସନ୍ତୋଷ ସୃଷ୍ଟି କରୁଥିବା ଜଣେ ଛାତ୍ରକୁ କ୍ୟାମ୍ପସ  ପରିସରକୁ ୨ ବର୍ଷ ନିମନ୍ତେ ବାରଣ କରାଯାଇଥିବା ବେଳେ ରେଙ୍ଗି ରେ ସାମିଲ ଥିବା ୧୪ ଜଣ ଛାତ୍ରଙ୍କୁ ହଷ୍ଟେଲ ବାରଣ କରାଯାଇ ଥିବା ନଜିର ରହିଛି । ଏନେଇ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଯୋଗାଯୋଗ ବେଳେ ବିଶୃଙ୍ଖଳାକାରୀ ଏବଂ କାର୍ଯ୍ୟର ଅବହେଳା ପ୍ରଦର୍ଶନ କରୁଥିବା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିବା ସହ କ୍ୟାମ୍ପସ ପରିସରରେ ଥିବା ସମସ୍ତ ବିଭାଗକୁ ପରିଦର୍ଶନ କରି ଶିକ୍ଷକ ଓ ଅଣ-ଶିକ୍ଷକ କାର୍ଯ୍ୟ ଦକ୍ଷତା ନେଇ ଆକଳନ କରି ପଦକ୍ଷେପ ଗ୍ରହଣ ଜାରି ରହିବ ବୋଲି ମତ ଦେଇଛନ୍ତି ।

ରିପୋର୍ଟର:ରାଜିବ ଲୋଚନ ମିଶ୍ର

 

Post a Comment

0 Comments