କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ଉପଦେଷ୍ଟା, ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ, ଆଣବିକ ଶକ୍ତି କମିଶନ୍ର ଅଧ୍ୟକ୍ଷ ଆଦି ପ୍ରମୁଖ ପଦପଦବୀରେ ସେ ଦାୟିତ୍ୱ ନିର୍ବାହ କରିଥିଲେ । ଡକ୍ଟର ଚିଦାମ୍ବରମ୍ଙ୍କୁ ୧୯୭୫ ମସିହାରେ ପଦ୍ମଶ୍ରୀ ଏବଂ ୧୯୯୯ ମସିହାରେ ପଦ୍ମବିଭୂଷଣ ଉପାଧିରେ ସମ୍ମାନୀତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଚିଦାମ୍ବରମ୍ଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତର ଆଣବିକ କାର୍ଯ୍ୟକ୍ରମରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଭାରତର ବିଜ୍ଞାନଗତ କାର୍ଯ୍ୟକ୍ରମ ଏବଂ ରଣନୀତିକୁ ସୁଦୃଢ଼ କରିବା କ୍ଷେତ୍ରରେ ତାଙ୍କର ଅବଦାନକୁ ନରେନ୍ଦ୍ର ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି । ତାଙ୍କର ଅବଦାନକୁ ଦେଶ ସର୍ବଦା ମନେ ରଖିବ ଏବଂ ତାଙ୍କର କାର୍ଯ୍ୟଦକ୍ଷତା ଭବିଷ୍ୟତ ପିଢ଼ିକୁ ପ୍ରୋତ୍ସାହିତ କରିବ ବୋଲି ମୋଦୀ କହିଛନ୍ତି ।
By: Subasish Das
0 Comments