ସୋର ରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ।


ଆ.କ,୦୬/୦/୨୫: ବାଲେଶ୍ୱର ଜିଲ୍ଲାର ସୋର ଉତ୍ତରେଶ୍ୱର୍ ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ଓ ସୋର ପୋଲିସ ଙ୍କ ମିଳିତ ଆନକୂଲ୍ୟରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି। ଏହି ଅବସର ରେ ପ୍ରଥମେ ସେଣ୍ଟ ଜାଭିୟର ହାଇସ୍କୁଲ ର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ ଙ୍କ ସମେତ ସୋର ପୋଲିସ କର୍ମଚାରୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ଅନନ୍ତପୁର ଛକ ନିକଟରେ ଶେଷ କରିଥିଲେ।

ଏହି ଶୋଭାଯାତ୍ରା ରେ କୁନି ଛାତ୍ର ଛାତ୍ରୀମାନେ ନାଟକିୟ ଅଭିନୟ କରି ଆର ଟି ଓ ନିୟମ ଗୁଡିକ ଜନସାଧାରଣ ମାନଙ୍କୁ ଅବଗତ କରାଇବା ସହ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ rto ନିୟମ ଗୁଡିକୁ ଜନସାଧାରଣ ଜଣାଇ ସଚେତନତା କରାଇବା ସହ ବାଇକ୍ ଓ ମଟର ଯାନ ଆରୋହୀ ତଥା ପଦଚାରି ମାନଙ୍କୁ ସଡ଼କ ଦୁର୍ଘଟଣା ଉପରେ ନାଟକୀୟ ଢ଼ଙ୍ଗି ରେ ବିଭିନ୍ନ ଉପକାରୀ ବିଷୟ ବସ୍ତୁ ଉପରେ ତାଙ୍କର ମତ ପ୍ରକାଶ କରିଥିଲେ ।

By Hemanta Barik 



 

Post a Comment

0 Comments