ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ଜେଜେ ବାପା-ଜେଜେ ମା, ଅଜା-ଆଈ ଦିବସ ପାଳିତ।


ଆ.କ, ବ୍ରହ୍ମପୁର,୨୫/୦୧/୨୫:ଗୋଳାବନ୍ଧ ଆର୍ମି ଏଡି କଲେଜ ପରିସରରେ ଥିବା ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ (ଗ୍ରାଣ୍ଡ ପେରେଣ୍ଟ ସ୍ ଡେ) ପାଳିତ  ହୋଇଯାଇଅଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ  ବି ଏନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିବା ସହ  ଦିବସ ପାଳନର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ ଓ ତାଙ୍କ ବକ୍ତବ୍ୟରେ କହିଲେ “କିପରି ନାତି ନାତୁଣୀମାନେ ଅଜା ଆଈ ଜେଜେ ବାପା ଜେଜେ ମା ସହିତ ସମ୍ପର୍କ ସୁଦୃଢ଼ କରିବେ ଏବଂ ସେମାନଙ୍କର ଅନୁଭୂତି ନିଜ ଜୀବନରେ ପ୍ରୟୋଗ କରିବେ ବୋଲି ମତପୋଷଣ କରିଥିଲେ। 

କାର୍ଯ୍ୟକ୍ରମ ରେ ପ୍ରାଥମିକ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଖାପାଖି ୬୦ ରୁ ୮୦ ଜଣ ଜେଜେ ବାପା ଜେଜେ ମା ଅଜା ଆଈ ଅଂଶଗ୍ରହଣ କରି ନିଜ ଅନୁଭବକୁ ବାଣ୍ଟିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ, ଗୀତ,ନାଟକ ପ୍ରଦର୍ଶିତ ହୋଇଥିଲା ଓ ଆମନ୍ତ୍ରିତ ଅଭିଭାବକ ମଧ୍ୟରେ ବିଭିନ୍ନ ପ୍ରକାର ଖେଳର ଆୟୋଜନ କରାଯାଇଥିଲା।  ସମ୍ମାନିତ ଅତିଥି ଭାବେ ମମତା ଦାସ ଉପସ୍ଥିତ ରହି କୃତୀ ଅର୍ଜନ କରିଥିବା ସମସ୍ତ ଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ  ଜଗଦୀପ ସେନାପତିଙ୍କ ତତ୍ତ୍ଵାବଧାନରେ ଓ ପ୍ରାଥମିକ ଶିକ୍ଷକଙ୍କ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମାପନ ହୋଇଥିଲା।

ରିପୋର୍ଟର : ରାଜିବ ଲୋଚନ ମିଶ୍ର

 

Post a Comment

0 Comments