ଏହି କାର୍ଯ୍ୟକ୍ରମ ରେ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସ ଆଇନଜୀବୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ଜଷ୍ଟିସ ରଘୁନାଥ ବିଶ୍ଵାଳ ମାନ୍ୟବର ପୂର୍ବତନ ବିଚାରପତି ଉଚ୍ଚ ନ୍ୟାୟାଳୟ କଟକ ଉଦ୍ଘାଟକ ଭାବେ ଅନୁଷ୍ଠାନ ର ଉଦ୍ଘାଟନ କାର୍ଯ୍ୟ ସମ୍ପନ୍ନ କରିଥିଲେ।ଏହି କାର୍ଯ୍ଯ କ୍ରମରେ ମୁଖ୍ୟ ଅତିଥି ଭାବେ ସୋର ମାନ୍ୟବର ବିଧାୟକ ମାଧବ ଧଡା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସନ୍ତୋଷ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଲକ୍ଷ୍ମଣ କୁମାର ମୁର୍ମୁ ଓ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସର ରେ ବିଦ୍ୟାଳୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିଳ୍ପ ତାଲିମ କେନ୍ଦ୍ର ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ,ଅଭିଭାବକ ଓ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇ ଏହି ଉତ୍ସବ କୁ ସଫଳ କରିବାରେ ସାହାଯ୍ୟ କରିଥିଲେ । ଶେଷରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା।
ରିପୋର୍ଟର: ହେମନ୍ତ ବାରିକ
0 Comments